ଇସ୍ତଫା ଦେଲେ ସଗରିଆ

1
43
koraput mla krushna chandra sagaria resigned today

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ସଗରିଆ। ସଗରିଆ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। କୁନ୍ଦୁଲି ପିଡୀତଙ୍କ ଆତ୍ମହତ୍ୟାର ଅକ୍ଟୋବର ୧୦ ୨୦୧୮ ସୁଦ୍ଧା ବର୍ଷେ ପୁରୀ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ମିଳି ନାହିଁ। ଏ ନେଇ ସଗରିଆ ଦୁଃଖ ପ୍ରକାଶ କରିବା ସହ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ସେପଟେ କଂଗ୍ରେସ ଭବନରେ ଏ ନେଇ କୌଣସି ପ୍ରତିକ୍ରିୟା ନରଖିଥିବା ବେଳେ କୋରାପୁଟ ବିଧାୟକ ଏନେଇ ଦଳରେ କୌଣସି ପ୍ରକାର ଆଲୋଚନା କରିନଥିବା କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ମଜୁମଦାର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ହୁଏତ ସଗରିଆଙ୍କର ଏହା ବ୍ୟକ୍ତିଗତ ପଦକ୍ଷେପ।