ପ୍ରଣବ ମୁଖାର୍ଜୀ:ଦେଶର ସାମ୍ପ୍ରତିକ ଆର୍ଥିକ ୫ ରୁ ୬ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌ ଅଭିବୃଦ୍ଧି ପ୍ରସଙ୍ଗ

0
46
india-should-have-been-usd-5-6-trillion-economy-by-now-pranab-mukherjee

ବେଙ୍ଗାଲୁରୁ:ଦେଶର ସାମ୍ପ୍ରତିକ ଆର୍ଥିକ ଅଭିବୃଦ୍ଧି ପ୍ରସଙ୍ଗରେ ବୁଧବାର ଦିନ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ଭାରତର ଅର୍ଥନୀତି ୫ ରୁ ୬ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌ ହେବା କଥା। ଦେଶର ସାମ୍ପ୍ରତିକ ଆର୍ଥିକ ଅଭିବୃଦ୍ଧି ବିଷୟରେ ବୁଧବାର ଦିନ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ଭାରତର ଅର୍ଥନୀତି ୫ ରୁ ୬ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌ ହେବା କଥା। ଗ୍ରିନ୍‌ଉଡ୍‌ ହାଇ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌ରେ ଏକ ସେମିନାର୍‌ରେ ଅଭିଭାଷଣ ଦେଇ ମୁଖାର୍ଜୀ କହିଛନ୍ତି, ଆଜି ଭାରତର ଆର୍ଥିକ ଅଭିବୃଦ୍ଧି ୨. ୨୬୮ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌। ମୁଁ ସନ୍ତୁଷ୍ଟ ନୁହେଁ। ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ହିସାବରେ ମୁଁ ଭାବୁଛି ଆମେ ଆହୁରି ଅନେକ ଅଗ୍ରଗତି କରିବା ଉଚିତ ଥିଲା। ଆର୍ଥିକ ଅଭିବୃଦ୍ଧି ୫ ରୁ ୬ ଟ୍ରିଲିୟନ୍‌ ଡଲାର୍‌ ହେବା କଥା। କିନ୍ତୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଦେଶ କରିଥିବା ଅଗ୍ରଗତିକୁ ପୂର୍ବତନ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।ସୂଚନା ଯୋଗ୍ୟ, ମୁଖାର୍ଜୀ କହିଛନ୍ତି, ଜାତିସଙ୍ଘର ୧୮୪ ସଦସ୍ୟଙ୍କ ମଧ୍ୟରୁ ଆମେ ହେଉଛୁ ଆଜି ଯାଏଁ ଏକ ମାତ୍ର ଦେଶ ଯେ ପ୍ରଥମ ଉଦ୍ୟମରେ ନିଜର ଅର୍ବିଟର୍‌ ମଙ୍ଗଳକୁ ପଠାଇବାରେ ସଫଳ ହୋଇଛି।