ଚର୍ଚ୍ଚାରେ ଏବେ ଭୂମିକା

0
27

ଭୁବନେଶ୍ୱର: ଚର୍ଚ୍ଚାରେ ଏବେ ଭୂମିକା। ଖୁବ୍‌ କମ ସମୟରେ ସେ ଦର୍ଶକଙ୍କ ମନ କିଣି ନେଇଥିଲେ । ଭୂମିକା ନାୟିକାଭାବେ ଗତ ବର୍ଷ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିଲେ। ମାତ୍ର ବର୍ଷକ ଭିତରେ ସେ ଦର୍ଶକଙ୍କ ହୃଦୟରେ ଏମିତି ଘର କରିଛନ୍ତି ଯେ, ଦର୍ଶକ ତାଙ୍କୁ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଏବେ ଭୂମିକାଙ୍କୁ ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ସେହି ସିନେମାର ଶୀର୍ଷକ ହେଲା ‘ନାୟକର ନାଆଁ ଦେବଦାସ’। ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ନାୟକର ନାଆଁ ଦେବଦାସ’ରେ ଭୂମିକାଙ୍କ ଚରିତ୍ର ବେଶ୍‌ ଦମ୍‌ଦାର ରହିଛି। ଏଥିରେ ନାୟିକା ଭୂମିକାଙ୍କ ଚରିତ୍ରଟି ହେଲା ପାରୋ।