ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌

0
33
former-us-president-george-hw-bush-dies

ୱାଶିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବର୍‌ ଓ୍ଵାକର୍‌ ବୁସ୍‌ଙ୍କର ୯୪ ବର୍ଷରେ ଦେହାନ୍ତ ଘଟିଛି ବୋଲି ବିଳମ୍ବିତ ଶୁକ୍ରବାରେ ତାଙ୍କ ପରିବାର ଘୋଷଣା କରିଛି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ୧୯୮୯ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହିଭଳି ୪୩ତମ ଉପ ରାଷ୍ଟ୍ରପତି ଭାବେ ୧୯୮୧ରୁ ୧୯୮୯ ଯାଏ ଦାୟିତ୍ୱ ତୁଲାଇ ଥିଲେ ଓ ଏଥିସହ ବୁସ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧର ନାୟକ, ଟେକ୍ସାସ୍‌ କଂଗ୍ରେସ, ସିଆଇଏ ନିର୍ଦେଶକ ଏବଂ ରୋନାଲ୍‌ଡ୍‌ ରିଗାନ୍‌ଙ୍କର ଉପରାଷ୍ଟ୍ରପତି ଥିଲେ। ବୁଶ୍‌ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।