ଉଚ୍ଚ ସୁରକ୍ଷାଯୁକ୍ତ ନମ୍ବର ପ୍ଲେଟ ଗାଡି ଏପ୍ରିଲରୁ ଲାଗି ହେବ

0
42
road transport ministry

ନୂଆଦିଲ୍ଲୀ: ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଦେଶରେ ଉଚ୍ଚ ସୁରକ୍ଷାଯୁକ୍ତ ନମ୍ବରପ୍ଲେଟ୍‌ ଲାଗିଥିବା ନୂଆ ଗାଡ଼ି ବିକ୍ରି କରାଯିବ ବୋଲି
ମତ ଦେଇଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଚୋରି ଅଥବା ହଜିଯିବା କ୍ଷେତ୍ରରେ ଏହାକୁ ଠାବ କରିବା ସୁବିଧାଜନକ ହେବ। ଏ ନେଇ ଗୁରୁବାର କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ବାହନ ଅଧିନିୟମ, ୧୯୮୯ରେ ସଂଶୋଧନକୁ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି। ଗାଡ଼ି ଡିଲରମାନେ ପୁରୁଣା ଗାଡ଼ିରେ ଏଭଳି ନମ୍ବର ପ୍ଲେଟ୍‌ ଉପଲବ୍ଧ କରାଇପାରିବେ। ନୂଆ ନମ୍ବର ପ୍ଲେଟ ଯୋଗୁ ବାହନର ସ୍ଥିତିକୁ ସହଜରେ ଜାଣି ହେବ।