ଝଟକା ଦେବ ‘ଜୋରା କା ଝଟକା’

0
26

Раума купить кокаин, амф бошка меф и ск ଦୀପକ ଓ ପିଙ୍କି ‘ସପନର ନାୟିକା’ ଫିଲ୍ମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ବେଶ ଝଟକା ଦେଇଥିଲେ। ଏବେ ପୁଣି ଏକ ଝଟକା ଦେବାକୁ ପ୍ରସ୍ତୁତିରେ ଲାଗିପଡିଛନ୍ତିି ଉଭୟ ନାୟକ ଓ ନାୟିକା। ଏଥରର ଝଟକା ଟିକେ ଜୋର ହେବ ବୋଲି ଓଲିଉଡରେ ଚର୍ଚ୍ଚା ଚାଲିଛି। ଦୁଇ ପ୍ରଯୋଜକ ସଂସ୍ଥା ଶିବାନୀ ଫିଲ୍ମସ ଓ ଏକ୍ସସେଲ୍ ମୁଭିଜ ଏକାଠି ହୋଇ ଏଥର ନିର୍ମାଣ କରୁଛନ୍ତି ଫିଲ୍ମ ‘ଜୋରା କା ଝଟକା’। ଏକ୍ସସେଲ୍ ମୁଭିଜ ଏହା ପୂର୍ବରୁ ୬ଟି ଓଡ଼ିଆ ସିନେମା ନିର୍ମାଣ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ତେବେ ‘ଜୋରା କା ଝଟକା’ ଦର୍ଶକଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ଫିଲ୍ମଟି ରିଲିଜ ହେବା ପରେ ଜଣାପଡ଼ିବ। ଏହି ଫିଲ୍ମର କାହାଣୀ ରବୀନ୍ଦ୍ର ନାଥ ପଣ୍ଡା ରଚନା କରିଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶିବାନୀ ବେହେରା ଓ ଅଶୋକ ବେହେରା। ଅନ୍ୟପଟେ ପିନୁ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଫିଲ୍ମଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ଥିବା ବେଳେ ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ।