ହୀରା ବ୍ୟବସାୟୀଙ୍କ ହତ୍ୟା ମାମଲା : ଗିରଫ ହେଲେ ଦେବୋଲନା

0
20

https://paslpossion.com/moskva-rayon-degunino-vostochnoe-zakladki-mef-fen-geroin-kokain-gashish-shishki-boshki-mdma-ekstazi-metadon.html ଗୌହ୍ଵାଟୀ: ଦେବୋଲନା ଭଟ୍ଟାଚାର୍ଯ୍ୟଙ୍କୁ ଆସାମ ପୁଲିସ୍‌ ହୀରା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରିଛି। ଷ୍ଟାରପ୍ଲସ ରେ ପ୍ରସାରିତ ‘ସାଥ୍‌ ନିଭାନୋ ସାଥିଆଁ’ର ଏହି ଲୋକପ୍ରିୟ ନାୟିକା ଗୋପୀ ବୋହୂ ଚରିତ୍ରରେ ନଜର ଆସିଥିଲେ । ଦର୍ଶକ ବି ତାଙ୍କୁ ଖୁବ ପସନ୍ଦ କରୁଥିଲେ । ବର୍ତ୍ତମାନ ତାଙ୍କ ଉପରେ ଲାଗିଥିବା ହତ୍ୟା ଅଭିଯୋଗ ଏବେ ସଭିଙ୍କୁ ଚକିତ କରିଛି। ସୂଚନା ଅନୁଯାୟୀ, ରାଜେଶ୍ୱର କିଶୋରିଲାଲ ଉଦାନି ନାମକ ହୀରା ବ୍ୟବସାୟୀ ନଭେମ୍ବର ୨୮ ତାରିଖରେ ନିଜ ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ। ୨୯ ତାରିଖରେ ତାଙ୍କ ପୁଅ ପନ୍ତନଗର ଥାନାରେ ନିଖୋଜ ରିପୋର୍ଟ ଲେଖାଇଥିଲେ। ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ଦେବୋଲନା ଭଟ୍ଟାଚାର୍ଯ୍ୟ ଉକ୍ତ ହୀରା ବ୍ୟବସାୟୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିଲେ। ତେଣୁ ପୋଲିସ ତାଙ୍କୁ ଗିରଫ କରିଛି।