ସମୁଦୁଣୀର ତଣ୍ଟି କାଟିଲେ ସମୁଦୀ

0
45

ଗଞ୍ଜାମ : ଗଞ୍ଜାମ ବୁଗୁଡ଼ା ଥାନା ଅନ୍ନପୂର୍ଣ୍ଣା ସାହିରେ ଯୌତୁକ ପାଇଁ ଝିଅକୁ ଗତବର୍ଷ ହତ୍ୟା କରାଯାଇଥିବା ବାପା ପଦ୍ମ ସାହୁ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା ଥିବାବେଳେ ଝିଅର ଶାଶୁଘର ଲୋକେ ଜେଲ ବି ଯାଇଥିଲେ। ତେବେ ନିକଟରେ ଶାଶୁ କନକ ସାହୁ ଜେଲ୍‌ରୁ ମୁକୁଳିଥିଲେ। ଜେଲ୍‌ରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ପଦ୍ମ ସାହୁ ନିଜ ସମୁଦୁଣୀ ତଥା ଝିଅର ଶାଶୂ କନକ ସାହୁଙ୍କୁ ଘରେ ପଶି ତଣ୍ଟିକାଟି ହତ୍ୟା କରିଥିଲେ।