ହଳଦୀରେ ରହିଛି ଅନେକ ଔଷଧିୟ ଗୁଣ

0
53

ଖାଦ୍ୟର ରଙ୍ଗ ଓ ସ୍ୱାଦ ବଢାଇବା ପାଇଁ ହଳଦୀକୁ ଆମେ ଦୈନନ୍ଦିନ ବ୍ୟବହାର କରିଥାନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଚର୍ମକୁ ସୁସ୍ଥ ରଖିବା ପାଇଁ ମଧ୍ୟ ହଳଦୀକୁ ବହୁଳ ବ୍ୟବହାର କରାଯାଇଥାଏ। ବିଶେଷ କରି ଋତୁ ପରିବର୍ତ୍ତନ ହେଲେ ଗଳା ସମସ୍ୟା ଦେଖାଦେଇଥାଏ। ଥଣ୍ଡା, ସର୍ଦ୍ଦି, ଗଳାଦରଜ ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଦେଇଥାଏ। ଏହି ସମୟରେ କଞ୍ଚା ହଳଦୀ ବେଶ ଭଲ କାମ ଦେଇଥାଏ।
– ଯଦି ଆପଣଙ୍କର ଗଳା ସଂକ୍ରମଣ ବା ଦରଜ ହୋଇଛି ତେବେ ଅଧା ଚାମଚ କଞ୍ଚା ହଳଦୀ ରସ କିଛି ସମୟ ଗଳାରେ ଢୋକି ରଖିଲେ ଆରାମ ମିଳିଥାଏ।
– ଗଳାଦରଜ ହୋଇଥିଲେ ରାତିରେ ମଧ୍ୟ ଶୋଇବା ପୁର୍ବରୁ କିଛି କଞ୍ଚା ହଳଦୀ ଖଣ୍ଡ ଚୋବାଇ ଶୋଇଯିବେ। ଦେଖିବେ ସକାଳୁ ଉଠିଲେ ଆପଣଙ୍କୁ ଅନେକ ଆରାମ ଲାଗିବ।
– ଏକ ଗ୍ଲାସ ଗରମ କ୍ଷୀର ସହ ଏକ ଚାମଚ ହଳଦୀ ମିଶାଇ ପିଇଲେ ଗଳା ଦରଜରୁ ମୁକ୍ତି ମିଳିଥାଏ।