ଏଠି ଚପଲ ପିନ୍ଧିଲେ ରାଗନ୍ତି ଦେବତା

0
23

go to link ଆଧୁନିକ ଯୁଗରେ ରହୁଥିବା ମଣିଷ ବିନା ଚପଲରେ ଚାଲିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ମାତ୍ର ତାମିଲନାଡୁ ମଦୁରାଇରୁ ୨୦ କିଲୋମିଟର ଦୂର କଲିମାୟନ ଗାଁରେ ଯେଉଁଠି ଚପଲ ପିନ୍ଧିବାକୁ ମନ କରାଯାଏ। ଅନେକ ଯୁଗରୁ ଏହି ପରମ୍ପରା ଏଠାରେ ପ୍ରଚଳିତ ହୋଇ ଆସୁଥିବା ସେଠାକାର ଲୋକେମାନେ କୁହନ୍ତି। ଉକ୍ତ ଗାଁରେ ଆପାଚ୍ଛଇ ଦେବତାଙ୍କୁ ପୂଜା କରାଯାଇଥାଏ। ଲୋକମାନଙ୍କର ବିଶ୍ୱାସ ରହିଛି କି ଯଦି ଗାଁରେ କେହି ଲୋକ ଚପଲ ପିନ୍ଧିବେ ତେବେ ଆପାଚ୍ଛଇ ଦେବତା ତାଙ୍କ ଉପରେ ରାଗିଥାନ୍ତି। ଯାହାର ଖରାପ ପ୍ରଭାବ ଏହି ଗାଁ ଉପରେ ପଡିଥାଏ। ସେଥିପାଇଁ ଏଠାରେ ଛୋଟଠାରୁ ବଡ ସମସ୍ତଙ୍କୁ ଚପଲ ପିନ୍ଧିବାକୁ ମନା କରାଯାଇଥାଏ। ଫଳରେ କେହି ମଧ୍ୟ ଏଠାରେ ଚପଲ ପିନ୍ଧି ନ ଥାଆନ୍ତି ବୋଲି ଗ୍ରାମବାସୀମାନେ କହନ୍ତି। ମାତ୍ର କେହି ଯଦି ଚପଲ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରେ ବା ବାହାର ଗାଁରୁ ଯେଉଁମାନେ ଆସନ୍ତି ସେମାନଙ୍କୁ ଗାଁର ସୀମା ପର୍ଯ୍ୟନ୍ତ ଚପଲ ପିନ୍ଧିବାକୁ ଅନୁମତି ମଳିଥାଏ।