ରବିବାରରେ ବନାନ୍ତୁ ଟମାଟୋ ଚିକେନ

0
43

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ ପେଷ୍ଟ, ରସୁଣ ଓ ଅଦା ପେଷ୍ଟ, ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି, ଲୁଣ, ଟମାଟୋ ବଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ପିଆଜ ପେଷ୍ଟ, ରସୁଣ ପେଷ୍ଟ, ଅଦା ପେଷ୍ଟ ପକାଇ ୧୦ ମିନିଟ୍‌ ଯାଏ କଷନ୍ତୁ। କଷି ହୋଇଗଲେ ସେଥିରେ ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା ଟିକେ କଷି ହୋଇ ଗଲେ ସେଥିରେ ଚିକେନ୍‌ ପକାଇ ଦିଅନ୍ତୁ। ଚିକେନ୍‌ ସିଝିଗଲେ ଟମାଟୋ ବଟାକୁ ପକାନ୍ତୁ। ଏବେ ଏହାକୁ ଧୀର ଆଞ୍ଚରେ ବସାଇ ଘୋଡ଼ାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ କିଛି ୧୦ ମିନିଟ ଯାଏ ଫୁଟାନ୍ତୁ। ଚିକେନ ଫୁଟିଗଲେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟମାଟୋ ଚିକେନ୍‌।