ହକି ବିଶ୍ଵକପ ୨୦୧୮: ପୁଲ ଡିର ଅନ୍ତିମ ପର୍ଯ୍ୟାୟରେ ମାଲେସିଆ-ଜର୍ମାନୀ ଏବଂ ନେଦରଲାଣ୍ଡ-ପାକିସ୍ତାନ ମଧ୍ୟରେ ମୁକାବିଲା

0
37

ଭୁବନେଶ୍ୱର: ଆଜି ହକି ବିଶ୍ବକପରେ ପୁଲ ଡିର ଅନ୍ତିମ ପର୍ଯ୍ୟାୟରେ ଦୁଇଟି ମ୍ୟାଚ ଖେଳାଯିବ। ମାଲେସିଆ-ଜର୍ମାନୀ ଏବଂ ନେଦରଲାଣ୍ଡ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ତେବେ ପାକିସ୍ତାନ ଓ ନେଦରଲାଣ୍ଡ ପାଇଁ ଆଜିର ମ୍ୟାଚ ବେଶ୍ ଗୁରୁତ୍ବବହନ କରେ । ନେଦରଲାଣ୍ଡ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହିତ ୩ ପଏଣ୍ଟ ପାଇଁ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଦୁଇଟି ମ୍ୟାଚ ଖେଳି ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ପାଇ ଗ୍ରୁପର ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚରେ ଯଦି ନେଦରଲାଣ୍ଡ ବିଜୟୀ ହୁଏ ତେବେ ୬ ପଏଣ୍ଟ ପାଇ କ୍ରସଓମାପକାଠି ହେବ। ସେପଟେ ଯଦି ନେଦରଲାଣ୍ଡକୁ ହରାଇ ପାକିସ୍ତାନ ବିଜୟୀ ହୁଏ ତେବେ ୪ପଏଣ୍ଟ ପାଇ ସିଧାସଳଖ କ୍ରସଓଭର ଖେଳିବାପାଇଁ ଯୋଗ୍ୟତା ହାସଲ କରିବ। ଯଦି ଜର୍ମାନୀକୁ ପରାସ୍ତ କରି ମାଲେସିଆ ବିଜୟୀ ହୁଏ ତେବେ ପାକିସ୍ତାନ ବିଶ୍ବକପ ଅଭିଯାନ ଶେଷହେବ।