ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌: ୧୫ ଆହତ

0
20

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଘଟିଯାଇଛି ଏକ ଦୁର୍ଘଟଣା। ପିକ୍‌ସାରି ଫେରୁଥିବା ବେଳେ ଭାରସ୍ୟମ ହରାଇ ବସ୍‌ଟି ଓଲଟି ପଡିଛି । ଫଳରେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ୪୫ ଜଣ ଥିଲେ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ରବିବାର ଦିନ ସେମାନେ ବଣଭୋଜି କରିବା ପାଇଁ ବାଲେଶ୍ୱର ଓ ଯାଜପୁର ଯାଇ ଥିଲେ। ସେଠାରୁ ଫେରିବା ବାଟରେ ଡ୍ରାଇଭର ସୋଇପଡିଥିବାରୁ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।