ବିପଦରେ କୋଣାର୍କ: ସୀମାକ୍ଷା ପାଇଁ ଆଜି ଉଚ୍ଚସ୍ତରୀୟ ବୈଠକ

0
20

ପୁରୀ : ବିପଦରେ ଏବେ କୋଣାର୍କ ସୂର୍ଯ୍ୟମନ୍ଦିର। ଭୁଶୁଡିଯିବ ଜଗମୋହନ। ଏଭଳି ସତର୍କବାଣୀ ପରେ ଆଜି ରାଜ୍ୟ ଅତିଥି ଭବନରେ ୧୨ଟା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକ ଯୋଗ ଦେବେ। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ, ଇନଟାକ୍ ପକ୍ଷରୁ ଅମୀୟ ଭୂଷଣ ତ୍ରିପାଠୀ, ବିଶେଷଜ୍ଞ ଗୋପାଳ ମିତ୍ର ଓ ପ୍ରଫେସର ସଂଜୟ ଆଚାର୍ଯ୍ୟ, କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାସ, କୋଣାର୍କ ଆଂଚଳିକ ବିକାଶ ପରିଷଦ ସଭାପତି ସୁବାସ ନାଏକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।