ସଡକ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

0
24

ଯାଜପୁର:୧୬ ନମ୍ବର ଜାତୀୟ ରାଜପଥର ଛତିଆ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଏକ ସଡକ ଦୁର୍ଘଟଣା ହୋଇଛି । ସେହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡିଖୋଲ ପଟୁ କଟକ ଆଡକୁ ଏକ ଟାଟା ଏସି ଗାଡି ଯାଉଥିବାବେଳେ ରାସ୍ତା କଡରେ ଠିଆ ହୋଇଥିବା ଏକ ଧାନ କଟା ମେସିନରେ ପିଟି ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଛତିଆ ବିଟ ହାଉସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ କଟକ ବଡମେଡିକାଲ ପଠାଇଛନ୍ତି।